05/08/2022
ମୁଁ ଆଜି ସକାଳ ୬ଟାରେ ଝରକା ଖୋଲି ଦେଖେ ତ ଚାରିଆଡେ କଅଁଳ ଖରା ବିଛାଡ଼ି ହୋଇ ପଡ଼ିଛି। ହାଲକା ଧୁଆଁ ମିଶା ଖରା। ହଲିଉଡ୍ ଫିଲ୍ମରେ ଯେମିତି ଜଙ୍ଗଲ ଭିତରେ ଖରା ପଡ଼ିଲେ ଦେଖାଯାଏ ଠିକ୍ ସେମିତି। ପାଞ୍ଚ ତାଲା ବିଲ୍ଡିଂ ରୁ ପାଟ ଟା ଖୁବ୍ ସୁନ୍ଦର୍ ଦେଖାଯାଉଛି। ପାଟ କୁ ଲାଗି କିଛି ବିଲ ଅଛି । ସବୁ କିଆରିରେ ପାଣି ଭର୍ତ୍ତି ହୋଇଛି ; ଧାନ ରୁଆ ହୋଇନି। କିଛି କିଆରିରେ ତଳି ପଡ଼ିଛି। ତା ଉପରେ କଅଁଳ ଖରା। ପଶ୍ଚିମ ଆଡ଼କୁ ସହରର କୋଠା ଗୁଡ଼ିକ ବି ଚକ୍ ଚକ୍ ଦେଖାଯାଉଛି।ଏଭଳି ଦୃଶ୍ୟ ଆଗରୁ କେବେ ଦେଖିନଥିଲି। ଓଃ କି ସକାଳ। ମନ ଖୁସି ହୋଇଗଲା । ଯେହେତୁ ମୁଁ ପ୍ରାୟ ଡେରିରେ ଉଠେ ଏଭଳି ଦୃଶ୍ୟ ଦେଖିପାରେନି । ମନେ ମନେ ନିଷ୍ପତି କଲି ଯେ ଏଥର ସବୁଦିନ ଭୋର ରୁ ଉଠିବି ଆଉ ଏ ଦୃଶ୍ୟକୁ ଉପଭୋଗ କରିବି। ଯେଉଁମାନେ ସବୁଦିନେ ଏହି ସମୟରେ ସକାଳୁ ଉଠୁଥିବେ ଏଭଳି ଦୃଶ୍ୟ ଦେଖି ସେମାନେ ନିଜକୁ କେତେ ଭାଗ୍ୟବାନ ମନେ କରୁଥିବେ। ଯେତେବେଳେ ମୁଁ ସୁଟିଂ ପାଇଁ ବାହାରକୁ ଯାଏ ଏଭଳି ଦୃଶ୍ୟ ଅବଶ୍ୟ ଦେଖିଥିବି କିନ୍ତୁ ଆଜିର ସକାଳ ପରି ନୁହଁ । ଆମ ଆପାର୍ଟମେଣ୍ଟକୁ ଲାଗି ଗୋଟିଏ ଛୋଟ ଆମ୍ବ ବାଗାନ୍ ବି ଅଛି । ଅନେକ ପ୍ରକାର ଚଢେଇ ବି ରୁହନ୍ତି। ସକାଳ ଦୃଶ୍ୟ ସାଙ୍ଗକୁ ଚଢେଇ ମାନଙ୍କ କିଚିର ମିଚିର ଶବ୍ଦ ମନରେ ଅପୂର୍ବ ରଙ୍ଗ ଭରିଦିଏ। ମୁଁ ଦକ୍ଷିଣ ପଟ ଘରଟା ନେଇଥିଲି ଖାସ ଏଇଥି ପାଇଁ। ଜଣେ ମୋତେ ଘର ପରିବର୍ତ୍ତନ କରିବାକୁ କହୁଥିଲା। ମୁଁ ...